ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ପ୍ରେମ ସପ୍ତାହ ଆରମ୍ଭ, ପ୍ରଥମ ଦିନରେ ଗୋଲାପ ଦେଇ ପ୍ରେମ ନିବେଦନ

Published By : Prameya | February 7, 2025 8:26 AM

ଭୁବନେଶ୍ୱର, ୦୭/୦୨: ଆରମ୍ଭ ହେଲା ପ୍ରେମ ଅର୍ଥାତ୍‌ ଭାଲେଣ୍ଟାଇନସ୍‌ ସପ୍ତାହର ମହାପର୍ବ । ୭ ଦିନର ଏହି ଯାତ୍ରା ପ୍ରେମୀ ଯୁଗଳ ଭିତରେ ଭରିଦେବ ନୂଆ ଉତ୍ସାହ । ସମ୍ପର୍କର ମିଠାପଣରେ ଯୋଡ଼ି ହେବ ଆଉ ଏକ ବର୍ଷ । ଫେବ୍ରୁଆରୀ ୭ ଗୋଲାପ ଦିବସରୁ ପ୍ରେମର ଯାତ୍ରା ଆରମ୍ଭ ହୋଇ ଫେବ୍ରୁଆରୀ ୧୪ ଭାଲେଣ୍ଟାଇନସ୍‌ ଦିବସରେ ଶିଖର ଛୁଇଁବ । ପ୍ରତିଟି ଦିନ ହେବ ସ୍ମରଣୀୟ । ଗୋଲାପ ପାଖୁଡ଼ା ପରି ପ୍ରେମ ହେବ ସତେଜ।

ମାଘ ମାସ । ସକାଳର କୁହୁଡି ସାଙ୍ଗକୁ ସନ୍ଧ୍ୟାରେ ସୁଲୁସୁଲିଆ ପବନ । ଦେହ ମନରେ ଭରିଦେବ ନୂଆ ପୁଲକ । ଗଛ ପତ୍ରଝଡ଼ା ଦେଇ ନୂଆ ପତ୍ର କଅଁଳିଲାଣି । ସେମିତି ଏହି ମାସରେ ପ୍ରେମୀ ଯୁଗଳ ବି ପ୍ରେମର ନୂଆ ପରିଭାଷା ପଢ଼ିବା ଲାଗି ପ୍ରସ୍ତୁତ ହୋଇ ସାରିଲେଣି । ସବୁଦିନ ଅପେକ୍ଷା ପ୍ରେମିକ ପ୍ରେମିକାଙ୍କ ଲାଗି ଏହି ସପ୍ତାହ ହେବ ଆଉ ଟିକେ ରୋମାଣ୍ଟିକ । କିଏ ପ୍ରେମିକ-ପ୍ରେମିକାର ମନ ବୁଝିଲା ଭଳି କଥା କହିବେ ତ ଆଉ କିଏ ଉପହାର ସହ ସରପ୍ରାଇଜ୍‌ ଦେଇ ମାହୋଲ ଟିକେ ରଙ୍ଗୀନ କରିବେ । ଏହି ପ୍ରେମ ପର୍ବ ରକ୍ତିମ ଗୋଲାପର ଯାତ୍ରାରୁ ଆରମ୍ଭ ହେବ । ପାର୍କଠାରୁ ଆରମ୍ଭ କରି ମଲ୍‌ ଯାଏ, ମନ୍ଦିରରୁ ଆରମ୍ଭ କରି ସିନେମା ହଲ୍‌ ସବୁ ପ୍ରେମୀ ଯୁଗଳଙ୍କ ହସରେ ଫାଟି ପଡ଼ିବ । 

ନିଜ ପ୍ରେମିକା ଲାଗି କିଏ ଲାଲ ଗୋଲାପ କିଣିବେ ତ ଆଉ କିଏ ହଳଦୀ, ଧଳା, ନୀଳ ଗୋଲାପ ସହ ଲାଲ ଗୋଲାପ ଗୁଚ୍ଛ ଦେଇ ପ୍ରେମ ନିବେଦନ କରିବେ । ରାତି ୧୨ଟାରୁ ହ୍ୱାଟସଆପ୍‌ରୁ ପ୍ରେମ ଭରା କୋଟେସନ୍‌ ପଠାଯିବ । ସକାଳୁ ରାତି ଯାଏ ଫୁଲ ଦୋକନରେ ଲାଗିବ ଭିଡ଼ । ଗୋଲାପ ଗୋଟାଏର ଦାମ୍‌ ୩୫ଟଙ୍କାରୁ ଆରମ୍ଭ । ତାହା ପୁଣି ଏତେ ଆଖି ଦୃଶିଆ ନୁହେଁ । ଭଲ ଗୋଲାପଟିଏ ଫୁଲ ଦୋକାନରୁ ଯଦି ବର୍ତ୍ତମାନ ସମୟରେ କିଏ କିଣିବାକୁ ଚାହିଁବେ ପକେଟ୍‌ରୁ ଯାଇପାରେ ୪୦ରୁ ୫୦ଟଙ୍କା । ପ୍ରେମ ସପ୍ତାହରେ ଏମିତି ଦାମ୍‌ ବଢ଼ିବାରେ ଲାଗିଛି । ଦାମ୍‌ ଅଧିକ ଥିଲେ ମଧ୍ୟ ପ୍ରେମିକ କି ପ୍ରେମିକା ଲାଗି ଫୁଲ ଟିଏ କିଣିବା ଲାଗି କେହି କୁଣ୍ଠାବୋଧ କରୁନାହାନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.